ଅଭିନେତ୍ରୀ ମହିମା ଚୌଧୁରୀ ରହିଥିବା ହୋଟେଲର ୯ ରୋ‌ଷେୟା କରୋନା ପଜିଟିଭ

ଲ‌କ୍ଷ୍ମୌ : ଫେବ୍ରୁଆରୀ ୨୮ରେ ଅଭିନେତ୍ରୀ ମହିମା ଚୌଧୁରୀ ଉତ୍ତରପ୍ରଦେଶ ଲ‌କ୍ଷ୍ମୌର ଏକ ପାଞ୍ଚ ତାରକା ହୋଟେଲ ରେଡିସନରେ ରହିଥିଲେ। ଏହାର ୯ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରୁ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ହୋଟେଲରେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ରୋଷେୟା। ଏହି କାରଣରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ସତର୍କତା ସ୍ୱରୂପ ଲକ୍ଷ୍ମୌର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଉଛି। ବାହାରୁ ଆସୁଥିବା ଯାତ୍ରୀଙ୍କର ମଧ୍ୟ ନିଆଯାଉଛି ନମୁନା। ସେହିକ୍ରମରେ ହୋଟେଲରୁ ସଂଗୃହିତ ନମୁନାରୁ ୯ ଜଣଙ୍କ ରିପୋର୍ଟ ପିଜିଟିଭ ଆସିବାରୁ ସମସ୍ତଙ୍କୁ କ୍ଵାରେନଣ୍ଟାଇନ କରାଯାଇଛି।

ଏହାଛଡା ରେଡିସନ୍ ହୋଟେଲର ୯ଜଣ କୁକ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟ ୬୦ଜଣ କର୍ମଚାରୀଙ୍କ ନମୁନା ନିଆଯାଇଛି। ଏଥିରୁ ୨୪ଟି ନମୁନା ବାହାର ଲୋକଙ୍କର ରହିଛି। ଫେବୃଆରି ୨୮ରେ ଫିଲ୍ମ ଅଭିନେତ୍ରୀ ମହିମା ଚୌଧୁରୀ ଏହି ହୋଟେଲରେ ରହିଥିବା ଜଣାପଡ଼ିବା ପରେ ଅଧିକାରୀଙ୍କ ଚିନ୍ତା ବଢ଼ି ଯାଇଛି। ଅଧିକାରୀମାନେ ଯୋଗାଯୋଗ ଅନୁସନ୍ଧାନ ଆରମ୍ଭ କରିବା ସହିତ ସ୍କ୍ରିନିଂ କରିବାକୁ ଭ୍ରମଣକାରୀଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button