ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ : ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାଁରେ ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଆଣିଛନ୍ତି ଯୌନ ଶୋଷଣ ଅଭିଯୋଗ। ସେ ଟ୍ଵିଟ୍‌ କରି ପାୟଲ ଲେଖିଛନ୍ତି ଅନୁରାଗ କାଶ୍ୟପ ମୋ ସହ ଜୋର ଜବରଦସ୍ତି ଅସଦାଚରଣ କରିଥିଲେ। କେବଳ ଏତିକି ନୁହେଁ ମୋ ପୋଷାକ କାଢ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସୋସିଆଲ ମିଡିଆରେ ପାୟଲ କରିଥିବା ଏକ ପୋଷ୍ଟ ଜରିଆରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି।

ପାୟଲ ତାଙ୍କ ଟ୍ଵିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପିଏମ୍‌ଓଙ୍କୁ ଟ୍ୟାଗ୍‌ କରିବା ସହ ଲେଖିଛନ୍ତି ‘ଦୟାକରି ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଫଳରେ ଅନୁରାଗ କଶ୍ୟପଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିପାରିବ। ମୋତେ ଜଣା ଏହି ବ୍ୟକ୍ତି ମୋତେ ଅସୁବିଧାରେ ପକାଇପାରନ୍ତି। ମୋତେ ସୁରକ୍ଷା ଦରକାର। ମୁଁ ଏବେ ବିପଦରେ ଅଛି। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ପାୟଲ ଏକ ଭିଡିଓରେ ଅନୁରାଗ କାଶ୍ୟପ ତାଙ୍କୁ କହିଛନ୍ତି ମୋ ସହିତ କାମ କରୁଥିବା ଅଭିନେତ୍ରୀ ହୁମା କୁରେଶି, ରିଚା ଚଢ଼ା, ମାହି ଗିଲ କେବଳ ଗୋଟିଏ କଲ୍‌। ଯେତେବେଳେ ମୁଁ ସେମାନଙ୍କୁ କଲ କରି ଡାକେ ସେମାନେ ମୋ ପାଖକୁ ଦୌଡ଼ି ଆସନ୍ତି।

ପାୟଲ ଘୋଷ ୨୦୦୮ ବ୍ରିଟିଶ ଟିଭି ଚଳଚ୍ଚିତ୍ର ଶାରପେ ପେରିଲରେ ଡେବ୍ୟୁ କରିଥିଲେ। ସେ ହିନ୍ଦୀ, ଇଂରାଜୀ, ତେଲୁଗୁ ଓ କନ୍ନଡ ଚଳଚ୍ଚିତ୍ର କରିଥିବା ବେଳେ ଧାରାବାହିକ ସାଥ ନିଭାନା ସାଥିଆରେ ମଧ୍ୟ କାମ କରିଛନ୍ତି।

ମତାମତ ଦିଅନ୍ତୁ ।