ଅଧିକ ଟିକା କେନ୍ଦ୍ର ଖୋଲିବାକୁ ଜିଲ୍ଲାପାଳ ଓ ମୁନିସିପାଲ କମିସନରଙ୍କୁ ଚିଠି

0

ଭୁବନେଶ୍ଵର : ରାଜ୍ୟ ସରକାର କରୋନା ଟିକାକରଣକୁ ଜୋରଦାର କରିବେ। ସେଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମ ଅନୁସାରେ ଘରୋଇ ହସ୍ପିଟାଲରେ ଆବଶ୍ୟକ କୋଲ୍ଡ ଚେନ, ଟିକା କେନ୍ଦ୍ର କରିବା ପାଇଁ ପ୍ରକୋଷ୍ଠ, ଅପେକ୍ଷା ଗୃହ ଓ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ର ଥିଲେ ଜଣାଇବାକୁ କୁହାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଜାରି ରହିଛି। ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଆରମ୍ଭ କରାଯାଇଛି ଟିକାଦାନ। ବିଏମସି ଅଧୀନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି। ସମ୍, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି ଓ ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି। ନୀଳାଚଳ, ହାଇଟେକ୍, କେୟାର, ଏଲ ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଶ, ବିବେକାନନ୍ଦ, ଆପୋଲୋ ଏବଂ ସମ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ ଦିଆଯାଉଛି କରୋନା ଟିକା। ଏସବୁ ଘରୋଇ ହସ୍ପିଟାଲରେ କେବଳ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.