ଅଡ଼ୁଆ ବଢାଇଲା ସେକ୍ସ ସିଡି : ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ କହିଛନ୍ତି ଜାର୍କିହୋଲି

ବେଙ୍ଗାଲୁରୁ : ମଙ୍ଗଳବାର ସାମ୍ନାକୁ ଆସିଥିବା ସେକ୍ସ ସିଡି ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଅଡୁଆ ବଢାଇଛି। ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ରମେଶ ଜାର୍କିହୋଲି ଇସ୍ତଫା ଦେଇଛନ୍ତି। କିନ୍ତୁ ତାଙ୍କ ବାର୍ତ୍ତାଳାପ ଆଉ ଏକ ବିବାଦ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ ଓ କଂଗ୍ରେସ ନେତା ସିଦ୍ଧରମୈୟା ଜଣେ ଭଲ ମଣିଷ ବୋଲି କହୁଥିବା ଜାର୍କିହୋଲି କହୁଥିବା ଦେଖାଯାଇଛି।

ସାମ୍ନାକୁ ଆସିଥିବା ସେକ୍ସ ସିଡିରେ ମହିଳା କହିଛନ୍ତି ବେଲଗାମରେ, ମରାଠୀ ଓ କନ୍ନଡିଗାସ୍ ବହୁତ ଯୁଦ୍ଧ କରନ୍ତି ବୋଲି କହିଥିବା ବେଳେ ଜାର୍କିହୋଲି କହିଛନ୍ତି ମରାଠୀମାନେ ଭଲ ଲୋକ। କନ୍ନଡିଗାସଙ୍କର କୌଣସି କାମ ନାହିଁ। ସେହିପରି ସିଦ୍ଧରମୈୟା ଭଲ। ୟେଦୁରପ୍ପା ଅତ୍ୟଧିକ ଦୁର୍ନୀତି କରିଥିବା ସେ ମତ ଦେଇଛନ୍ତି। ପୁଣି ମହିଳା ପଚାରିଛନ୍ତି ଆପଣ ସବୁବେଳେ ଦିଲ୍ଲୀ ଯାଉଛନ୍ତି। କ’ଣ ମୁଖ୍ୟମନ୍ତ୍ରୀ ହେବେ।
ଜାର୍କିହୋଲି ଏହାର ଉତ୍ତରରେ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି।

ଜାର୍କିହୋଲିଙ୍କ ଏହି ବାର୍ତ୍ତାଳାପକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହା କେବଳ ସେକ୍ସ ସ୍କାଣ୍ଡେଲ ନୁହେଁ। ଭିଡିଓରେ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ। ମୁଁ ଅନୁମାନ କରୁଛି ବିଜେପି ବୁଦ୍ଧିମାନ ଓ ସେମାନେ ସଠିକ୍ ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *

Back to top button