ପୁଣି ଲାଗୁ ହେଲା ନାଇଟ କର୍ଫ୍ୟୁ ସହ ଏକାଧିକ କଟକଣା

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ମଧ୍ୟପ୍ରଦେଶକୁ ନାଇଟ କର୍ଫ୍ୟୁ କମବ୍ୟାକ୍ କରିଛି। ରାଜ୍ୟର ବାଲାଘାଟ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏଠାରେ ସରକାର ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲାଘାଟ ଜିଲ୍ଲା ମହାରାଷ୍ଟ୍ର ସୀମାକୁ ଲାଗିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫ ହଜାର ଅତିକ୍ରମ କରୁଥିବାରୁ ବାଲାଘାଟରେ କଟକଣା ଲାଗୁ କରାଯାଇଛି।
ଜିଲ୍ଲା ପ୍ରଶାସନ ଜାରି କରିଥିବା ସର୍କୁଲାର ଅନୁଯାୟୀ, ଏଣିକି ଗୋଟିଏ ସ୍ଥାନରେ ୪ରୁ ୫ ଜଣ ଲୋକ ଏକାଠି ଭିଡ଼ କରିପାରିବେ ନାହିଁ। ଜରୁରୀ କାମକୁ ଛାଡ଼ି ଦେଲେ ରାତି ୧୦ରୁ ସକାଳ ୬ଟା ଯାଏ ବାହାରେ କେହି ବି ବୁଲି ପାରିବେ ନାହିଁ। ଏହି ସମୟରେ ସମସ୍ତ ଦୋକାନ ବଜାର ଓ ଯାତାୟାତ ବନ୍ଦ ରହିବ। ଯେକୌଣସି ପ୍ରକାରର ସମାବେଶ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ବା ସଂସ୍ଥା ପ୍ରଶାସନ ଠାରୁ ଅନୁମତି ଲୋଡ଼ିବେ। ସେହିପରି ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କର ଉପଯୁକ୍ତ ସ୍କ୍ରିନିଂ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।