ଅଗଷ୍ଟରେ ୧୨ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଅଗଷ୍ଟ ମାସ ଆରମ୍ଭ। ଏଇ ମାସରେ ରବିବାର, ୨ୟ ଓ ୪ର୍ଥ ଶନିବାରକୁ ମିଶାଇ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତାକାଲି ବକ୍ରୀଇଦ, ଅର୍ଥାତ୍‌ ଅଗଷ୍ଟ ୨ ତାରିଖ ରବିବାର। ୩ ତାରିଖ ରକ୍ଷା ବନ୍ଧନ। ତେଣୁ ୪ ତାରିଖରୁ ୪ ଦିନ ବ୍ୟାଙ୍କ ଖୋଲା ରହିବ। ସେହିପରି ୮ ତାରିଖ ୨ୟ ଶନିବାର ଓ ୯ ତାରିଖ ରବିବାର ବ୍ୟାଙ୍କ ବନ୍ଦ ରହିବ। ୧୨ ତାରିଖରେ ଜନ୍ମାଷ୍ଟମୀ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ।

ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ବ୍ୟାଙ୍କ ବନ୍ଦ। ୧୬ ତାରିଖ ରବିବାର। ୨୨ ଅଗଷ୍ଟ ଗଣେଶପୂଜା ତଥା ୪ର୍ଥ ଶନିବାର ଓ ୨୩ ତାରିଖ ରବିବାର ଛୁଟି।ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ୨୯ ଅଗଷ୍ଟ ଶେଷ ଶନିବାର ତଥା ବିଶ୍ୱକର୍ମା ପୂଜା ପାଇଁ ବ୍ୟାଙ୍କ ବନ୍ଦ ରହିପାରେ। ୩୦ ତାରିଖ ରବିବାର ବ୍ୟାଙ୍କ ଛୁଟି। ତେଣୁ ୧୨ ଛୁଟିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ କାମ କରିନେବା ଦରକାର। ତେବେ ଏଟିଏମ ସେବା ଉପଲବ୍ଧ ରହିବ। ଏଥିରୁ ଟଙ୍କା ଉଠାଇ ପାରିବେ।

ମତାମତ ଦିଅନ୍ତୁ ।