ଅଗ୍ନିକାଣ୍ଡରେ ଜଳିଗଲା ଘର ଓ ଦୋକାନ

ବାଲିଗୁଡା : କନ୍ଧମାଳ-ଗଂଜାମ ସୀମାନ୍ତ ରଣବା ଗ୍ରମାରେ ଆଜି ଅଗ୍ନିକାଣ୍ଡ ଘଟିଛି। ଜିତୁ କୁମାର ଗୌଡ଼ଙ୍କ ଘର ସହିତ ଦୋକାନ ଜଳିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ଗଂଜାମ ସୋରଡ଼ା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ। ଘଟଣାସ୍ଥଳରେ ରଣବା ସରପଞ୍ଚ ଭିକାରି ମଲିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପଣ୍ଡା ଓ ରାଜସ୍ୱ ନିରୀକ୍ଷକ ରବିନ୍ଦ୍ର ବେହେରା ପ୍ରମୁଖ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି।

ବାଇକ୍‍ ଦୁର୍ଘଟଣାରେ ୩ ଆହତ
ସେହିପରି ଦାରିଙ୍ଗବାଡ଼ି ବ୍ଲକ ଡ଼ବେରି ବାଲାପଙ୍କା ଛକ ନିକଟରେ ଏକ ବାଇକ୍‍ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ଜଣକ ଗାରଗାବାଡ଼ି ଗ୍ରାମର ଆୟୁଷ୍ମାନ୍‍ ନାୟକ। ଅନ୍ୟ ଆହତମାନେ ହେଲେ ରଞ୍ଜିତ ନାୟକ ଓ ଶିବୁନ ନାୟକ। ଆହତମାନଙ୍କୁ ଚିକିତ୍ସା ପାଇଁ ଦାରିଙ୍ଗବାଡ଼ି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।