ଅକ୍ସିଜେନ ପରିବହନ ଉପରେ କଟକଣା ରହିବନି

ନୂଆଦିଲ୍ଲୀ : ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟ ପାଇଁ ସମସ୍ୟା ଦେଖାଦେଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କର ଅଟକାଇବା ଭଳି ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ଅକ୍ସିଜେନ ଓ ଅନ୍ୟ ଜରୁରୀ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସେହିପରି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଜରୁରୀ ସାମଗ୍ରୀର ଯୋଗାଣ କୌଣସି ଗୋଟିଏ ରାଜ୍ୟରେ ସୀମିତ ରହିବ ନାହିଁ। ଏହାଛଡା ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ ରହିବ ବୋଲି କୁହାଯାଇଛି। ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଯାଉଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button