April 6, 2020

‘ରୋମିଓ’ ହେଲିକପ୍ଟରରେ ଶତ୍ରୁକୁ ଟାର୍ଗେଟ ପାଇଁ କ’ଣ ରହିଛି ବ୍ୟବସ୍ଥା

ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ‘ରୋମିଓ’ ହେଲିକପ୍ଟରକୁ ସାମିଲ କରାଯିବ। ଆମେରିକାଠାରୁ ଭାରତ କିଣିବ ୨୪ଟି ‘ରୋମିଓ’ ହେଲିକପ୍ଟର। ଏହି ଅତ୍ୟାଧୁନିକ ‘ଏମଏଚ- ୬୦ ଆର’ ହେଲିକପ୍ଟରରେ ଶତ୍ରୁକୁ ଟାର୍ଗେଟ କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା। ନାମ ସିନା ‘ରୋମିଓ’ କିନ୍ତୁ କାମ ଶତ୍ରୁଙ୍କ ପାଇଁ ଭାରି କଠୋର। ତେବେ ଆସନ୍ତୁ ଜାଣିବା ‘ରୋମିଓ’ ହେଲିକପ୍ଟର ବିଶେଷତ୍ୱ ସମ୍ପର୍କରେ।

୧- ‘ରୋମିଓ’ ହେଲିକପ୍ଟର ଆକାଶରୁ ଶତ୍ରୁଙ୍କୁ ଖୋଜି କରିପାରିବ ଆକ୍ରମଣ।
୨- ପାଣି ଭିତରେ ଶତ୍ରୁ ପକ୍ଷର ବୁଡା ଜାହାଜକୁ ବି ଟ୍ରାକ କରି ଟାର୍ଗେଟ କରିବ।
୩- ସମୁଦ୍ରରେ ଆସୁଥିବା ଶତ୍ରୁଙ୍କ ଠିକଣା ଦେଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବ।
୪- ୧୨ ହଜାର ମିଟର ଉଚ୍ଚରେ ଉଡି ପାରୁଥିବା ‘ରୋମିଓ’ ଆକାଶରୁ ସଙ୍ଗେସଙ୍ଗେ ସମୁଦ୍ର ମଝିରେ ଓହ୍ଲାଇପାରିବ।
୫- ଖରାପ ପାଗ ସହ ରାତିର ଘନ ଅନ୍ଧାରରେ ମଧ୍ୟ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ।
୬- ଏହି ହେଲିକପ୍ଟରରେ ମୋଟ ୯ ଜଣ ବସିବାର ବ୍ୟବସ୍ଥା ରହିଛି। ଏଥିସହ ୨ ଜଣ ପାଇଲଟ ରହିବେ।
୭- ‘ରୋମିଓ’ର ଲମ୍ବା ୬୪ ଫୁଟ। ଉଚ୍ଚତା ରହିଛି ୧୭ ଫୁଟ।
୮- ‘ରୋମିଓ’ରେ ମିଶାଇଲ, ମେସିନଗନ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଖଞ୍ଜାଯାଇ ପାରିବ।
୯- ଘଣ୍ଟାକୁ ୨୭୦ କିଲୋମିଟର ଗତି କରିପାରୁଥିବା ‘ରୋମିଓ’ ଆବଶ୍ୟକସ୍ଥଳେ ୩୩୦ କିମି ବେଗରେ ଯାଇପାରିବ।

Leave a Reply

Your email address will not be published. Required fields are marked *