April 6, 2020

ରାଜଗିରି ଗୁମ୍ଫାରେ ବିପୁଳ ପରିମାଣ ସୁନା, ଖୋଲୁନି ରହସ୍ୟମୟ ପଥର ଫାଟକ

ଉତ୍ତର ପ୍ରଦେଶ ସୋନଭଦ୍ରରେ ସୁନାର ଭଣ୍ଡାର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିହାରର ରାଜଗିରି ଗୁମ୍ଫାରେ ରହିଛି ବିପୁଳ ପରିମାଣରେ ସୁନା। ରହସ୍ୟମୟ କବାଟ ପ୍ରତିବନ୍ଧକ ହୋଇଥିବାରୁ ଆଜିଯାଏ ସୁନା ବାହାରକୁ ଆଣିବା ସମ୍ଭବ ହୋଇନି ବୋଲି କୁହାଯାଉଛି।

ଭାରତରେ ରହିଛି ଅନେକ ରହସ୍ୟ। ବର୍ତ୍ତମାନର ବିଜ୍ଞାନ ଯୁଗରେ ଏ ସମ୍ପର୍କରେ ଜାଣିବା ସମ୍ଭବ ହୋଇ ପାରିନି। ଏଭଳି ରହସ୍ୟ ରହିଛି ବିହାରର ରାଜଗିରିରେ। ଏଠାରେ ଥିବା ଗୁମ୍ଫାରେ ବିପୁଳ ପରିମାଣରେ ସୁନା ଅଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାଜରାଜୁଡ଼ା ଅମଳରୁ ବହୁ ଅଳଙ୍କାର ସୁନା ରୁପା ଗୁମ୍ଫା ଭିତରେ ଜମା ହୋଇ ରହିଛି। କିନ୍ତୁ ଏହାର ରହସ୍ୟମୟ ପଥର ଫାଟକ କେହି ଖୋଲିପାରୁ ନାହାନ୍ତି।

ଏହି ପଥର ଫାଟକ ଖୋଲିବା ପାଇଁ ଇଂରେଜ ଶାସନ ସମୟରେ ତୋପ ମାଡ଼ କରାଯାଇଥିଲା। କିନ୍ତୁ ଫାଟକ ଖୋଲିଲାନି। ଇତିହାସରୁ ଜଣାପଡ଼େ ରାଜଗିରି ମଗଧର ରାଜଧାନୀ ଥିଲା। ଏଠାରେ ବୁଦ୍ଧଦେବ ବିମ୍ବିସାରଙ୍କୁ ଧର୍ମଉପଦେଶ ଦେଇଥିଲେ। ସେତେବେଳେ ବୁଦ୍ଧଦେବଙ୍କୁ ମିଳିଥିଲା ବିପୁଳ ପରିମାଣର ଅଳଙ୍କାର ଉପହାର। ଏସବୁକୁ ସେଇ ଗୁମ୍ଫାରେ ଗଚ୍ଛିତ ରଖାଯାଇଛି। ସେହିପରି ଗୁମ୍ଫାରେ ଥିବା ଧନସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିଲେ ହେଁ ଲୋକେ କହୁଛନ୍ତି ଫାଟକରେ କିଛି ଲେଖାଯାଇଛି। ଯାହାକୁ ଆଜିଯାଏ କେହି ପଢ଼ିପାରି ନାହାଁନ୍ତି। ଗୁମ୍ଫାରେ ପ୍ରବେଶ ସମ୍ପର୍କରେ ଏହି ଲେଖା ସୂଚନା ହୋଇଥାଇ ପାରେ କେତେକ କୁହନ୍ତି। ମାତ୍ର ଏହି ଲିପି ପଢ଼ିବାକୁ କେହି ସମର୍ଥ ହୋଇପାରି ନାହାନ୍ତି।

Leave a Reply

Your email address will not be published. Required fields are marked *