Breaking News ବିଚିତ୍ରା

କିନ୍ନରଙ୍କୁ ଦାନ କଲେ ଶୁଭଫଳ ପ୍ରାପ୍ତି

ସମାଜରେ ଅନେକ କଥା କୁହାଯାଇଛି। କାହାକୁ କଣ ଦାନ କଲେ କେଉଁ ଫଳ ମିଳିବ ତାହା ମଧ୍ୟ ଦର୍ଶଯାଇଛି। କିଛି ଲୋକ ଏହାକୁ ବିଶ୍ଵାସ କରନ୍ତି। ବିଜ୍ଞାନ ଯୁଗରେ ବି ଲୋକଙ୍କ ମନରୁ ଏହା ଦୂରେଇ ଯାଇନି। କୁହାଯାଇଛି ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ଓ ଅଭିଶାପର କିଛି ପ୍ରଭାବ ରହିଛି। ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଏ।

ଜ୍ୟୋତିର୍ବିଦଙ୍କ ମତରେ କିନ୍ନରଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୁଏ। ମଙ୍ଗଳ ଓ ବୁଧ ଗ୍ରହକୁ ପ୍ରସନ୍ନ କରିବାକୁ ହେଲେ କିନ୍ନରଙ୍କ ସେବା ଆବଶ୍ୟକ। ଏହା କଲେ ଶୀଘ୍ର ଫଳ ପ୍ରାପ୍ତି ହୋଇଥାଏ। ସେହିପରି ଦୀର୍ଘଦିନ ଅସୁସ୍ଥ ଥିବା ବ୍ୟକ୍ତି କିନ୍ନରଙ୍କୁ ଦାନ କଲେ ଶୁଭଫଳ ମିଳେ ବୋଲି କୁହାଯାଇଛି। ଝିଅଙ୍କ ବିବାହ ବିଳମ୍ବ ହେଉଥିଲେ କିନ୍ନରଙ୍କୁ ସବୁଜ ରଙ୍ଗର କାଚ ଚୁଡି ଦାନ କଲେ ବିବାହ ରାଶି ଖୋଲି ଯାଇଥାଏ ବୋଲି ବିଶ୍ଵାସ ରହିଥିବା ବେଳେ ବ୍ୟବସାୟରେ ଉନ୍ନତି ପାଇଁ କିନ୍ନରଙ୍କୁ କଉଡି ଦାନ କରିବା ଭଲ। ଏମିତି କଲେ ଅର୍ଥର ଅଭାବ ରୁହେନାହିଁ ବୋଲି ରହିଛି ଲୋକକଥା।

ମତାମତ ଦିଅନ୍ତୁ ।