April 4, 2020

୪୫୦୦ ଲୋକଙ୍କର ହୋଇଥିଲା ଏକକାଳୀନ ମୃତ୍ୟୁ

ବିଚିତ୍ର ଘଟଣା ଘଟିଥିଲା ୧୯୪୭ ମସିହା ଜୁନ୍‌ ମାସରେ। ଏକକାଳୀନ ହୋଇଥିଲା ୪୫୦୦ ଲୋକଙ୍କର ମୃତ୍ୟୁ। ଏମିତି କାହିଁକି ଘଟିଲା ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ଘଟଣାଟି ୧୯୪୭ ମସିହା ଜୁନ୍‌ ମାସରେ ଘଟିଥିଲା। ମଲ୍‌କାରୁ ‘ଏକ୍ସ ଡକ୍ସ’ ନାମକ ଏକ ଜାହାଜ ବାଣିଜ୍ୟ କାରବାର ପାଇଁ ୪୫୦୦ ଲୋକଙ୍କୁ ନେଇ ଯାଉଥିବା ସମୟରେ କୌଣସି କାରଣରୁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଏ ଖବର ନିକଟରେ ଥିବା ବାଣିଜ୍ୟିକ ଜାହାଜ ‘ଦ ସିଲ୍‌ବଲ୍‌ ଷ୍ଟାର’ ସିଗ୍‌ନାଲ ଯୋଗେ ଜାଣିବାକୁ ପାଇଥିଲା। ଏହାର କର୍ମଚାରୀମାନେ ଅଘଟଣ ଘଟିଥିବା ଜାହାଜ ଭିତରକୁ ଯାଇ ଦେଖିଲେ ମୃତଦେହ ଗୁଡ଼ିକ ଏଣେତେଣେ ପଡ଼ିଛି। କେବଳ ମଣିଷ ନୁହେଁ ଏଥିରେ ଥିବା କୁକୁର ଗୁଡ଼ିକ ବି ମରିଯାଇଥିଲେ। ଆଶ୍ଚର୍ଯ୍ୟର କଥା ଥିଲା ମୃତଦେହ ଗୁଡ଼ିକରେ କୌଣସି କ୍ଷତଚିହ୍ନ ନ ଥିଲା। ବଏଲର ରୁମ୍‌ର ତାପମାତ୍ରା ୧୧୦ ଡିଗ୍ରୀ ଥିବା ସତ୍ତ୍ୱେ କର୍ମଚାରୀମାନଙ୍କୁ ଥଣ୍ଡା ଲାଗିଥିଲା। କିଛି ଲୋକ ପ୍ରାକୃତିକ ଗ୍ୟାସ୍‌ ଲିକ୍‌ ଯୋଗୁ ମୃତ୍ୟୁ ଘଟିଥିବା କହୁଥିବା ବେଳେ ଆଉ କେତେକଙ୍କ ମତ ଏହା ଭୌତିକ କାଣ୍ଡ। କିନ୍ତୁ ଏ ସମ୍ପର୍କରେ ଆଜିପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ମିଳିନଥିବାରୁ ୪୫୦୦ ଲୋକଙ୍କର ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି।

Leave a Reply

Your email address will not be published. Required fields are marked *