ହୋଲି ପୂର୍ବରୁ ଚାଲିବ ସବୁ ଟ୍ରେନ, ଲାଗୁ ହେବ ପୁରୁଣା ଭଡ଼ା

ନୂଆଦିଲ୍ଲୀ :କରୋନା ଭାଇରସ ଲକଡାଉନ୍‌ ପାଇଁ ଦେଶରେ ରେଳ ସଞ୍ଚାଳ ବନ୍ଦ କରିଥିବା ଭାରତୀୟ ରେଳ ପୂଣି ପୂର୍ବସ୍ଥିତିକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ରେଳାଇ ବୋର୍ଡଙ୍କୁ ସମସ୍ତ ରେଳ ମଣ୍ଡଳଙ୍କୁ ପ୍ରସ୍ତାବ ପଠାଇ ଦେଶରେ କରୋନାକାଳ ପୂର୍ବରୁ ଚଳାଚଳ କରୁଥିବା ପ୍ରାୟ ସମସ୍ତ ଟ୍ରେନ୍‌କୁ ଚଳାଇବା ନିମନ୍ତେ ଅନୁମତି ମାଗିଛନ୍ତି।

ରେଳବାଇଙ୍କ ଏହି ପଦକ୍ଷେପରୁ ସମ୍ଭବତଃ ଏଇମାସ ଶେଷ ଅଥବା ମାର୍ଚ୍ଚମାସ ଆରମ୍ଭ ଯାହାବି ହେଲେ ହୋଲି ପୂର୍ବରୁ ଦେଶରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ପୂର୍ବ ସମୟସାରଣୀରେ ଚଳାଯାଇପାରେ। ଦେଶରେ ପୁଣି ସ୍ୱଭାବିକ ରେଳ ଚଳାଚଳ ଆରମ୍ଭ ହେଲେ ପୂର୍ବ ରେଳ ଭଡ଼ାରେ ହିଁ ଯାତ୍ରୀମାନେ ଯାତାୟାତ କରିପାରିବେ। ଭଡ଼ାରେ କୌଣସି ପରିବର୍ତ୍ତନ ହେବ ନାହିଁ।

ରୋଳବାଇ ସ୍ତରରେ ଚାଲିଥିବା ପ୍ରସ୍ତୁତିରୁ ପୂର୍ବ ଭଳି ସବୁ ଟ୍ରେନ୍‌ ଧାରଣାକୁ ଆସିଯିବେ ବୋଲି ଅନୁମାନ କରାଯାଉଛି। ତେବେ ଏହା ପୂର୍ବରୁ ରେଳବାଇ ଲଗେଜ୍‌ ଓ ଫୁଡିଂ ଆଦିର ବ୍ୟବସ୍ଥା ଆରମ୍ଭ କରିସାରିଲେଣି। ଏଣୁ ଏବେ କେବଳ ରେଳବାଇ ବୋର୍ଡଙ୍କ ଆଦେଶକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button