ଚାଷୀଙ୍କ ପାଇଁ ବିକଳ୍ପ ଭୋକ ଓ ଆତ୍ମହତ୍ୟା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ଆଇନକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜସ୍ଥାନ ଆଜମେରର ରୁପନଗଡରେ ଚାଷୀ ସମାବେଶକୁ ସମ୍ବୋଧିତ ରାହୁଲ ଗାନ୍ଧୀ କହିଛନ୍ତି, ଯେପର୍ଯ୍ୟନ୍ତ କୃଷି ଆଇନ ରଦ୍ଦ ନହୋଇଛି ସେଯାଏଁ ଚାଷୀମାନେ ସରକାରଙ୍କ କୌଣସି କଥାକୁ ଶୁଣିବେ ନାହିଁ । ସେ କହିଛନ୍ତି, ‘ମୁଁ ଚାଷୀଙ୍କ ସହିତ ଥିଲି, ଅଛି ଓ ରହିବି’ ।

ପ୍ରଧାନମନ୍ତ୍ରୀ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ଦେଶରେ ୪୦ ଲକ୍ଷ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି ଏବଂ ବ୍ୟବସାୟ କରୁଛନ୍ତି । କିନ୍ତୁ ମୋଦି ଚାହୁଁଛନ୍ତି ତାଙ୍କର ଦୁଇଜଣ ବ୍ୟବସାୟୀ ବନ୍ଧୁ ପୁରା ବ୍ୟବସାୟ କରନ୍ତୁ’ । କିନ୍ତୁ ଚାଷୀମାନେ ଏହାର ଦୃଢ ଜବାବ ଦେବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମୁଣ୍ଡ ନୂଆଁଇବେ ନାହିଁ ବୋଲି ରାହୁଲ କହିଛନ୍ତି ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, ଯଦି ନୂଆ କୃଷି ଆଇନ ଲାଗୁ କରାଯାଏ ତେବେ ଦେଶ​‌ରେ ଯୁବକମାନଙ୍କୁ ରୋଜଗାର ମିଳିବନି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି, ‘ମୋଦି କହୁଛନ୍ତି ନୂଆ କୃଷି ଆଇନକୁ ନେଇ ସେ ଚାଷୀଙ୍କୁ ବିକଳ୍ପ ଦେଉଛନ୍ତି ଏବଂ ସେହି ବିକଳ୍ପ ଭୋକ, ବେରୋଜଗାର ଏବଂ ଆତ୍ମହତ୍ୟା’ ।

Leave a Reply

Your email address will not be published. Required fields are marked *

Back to top button