ଆମ୍ବୁଲାନ୍ସରୁ ଭାଙ୍ଗ ଜବତ : ୨ ଅଟକ

ବ୍ରହ୍ମପୁର : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ ଆଜି ଏକ ଆମ୍ବୁଲାନ୍‌ସରୁ ଭାଙ୍ଗ ଜବତ କରିଛି। ବୁଢାମ୍ବ ଛକଠାରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସାମ୍ନାପଟୁ ଆସିଥିଲା ଆମ୍ବୁଲାନ୍ସ। ସେଥିରେ କିଛି ବସ୍ତା ଲଦା ହୋଇଥିବାରୁ ପୋଲିସର ସନ୍ଦେହ ହେବାରୁ ଅଟକାଇ ଥିଲା। ଆମ୍ବୁଲାନ୍ସ କ୍ଷଣି ସେଥିରେ ବସିଥିବା ଜଣେ ବ୍ୟକ୍ତି ଦୌଡି ପଳାଇଥିବାକୁ ଉଦ୍ୟମ କରିବାରୁ ପୋଲିସ ଚାଳକ ସମେତ ଦୁଇ ଜଣକୁ କାବୁ କରିଥିଲା। ଆମ୍ବୁଲାନ୍ସରୁ ୧୪ ବସ୍ତା ଭାଙ୍ଗ ଜବତ କରାଯାଇଛି। ଏହା ନକଲି ଆମ୍ବୁଲାନ୍ସ ହୋଇଥିବା ବେଳେ ନମ୍ବର ମଧ୍ୟ ନକଲି ବୋଲି ଜଣାପଡିଛି। ଭାଙ୍ଗ ଭର୍ତ୍ତି ଆମ୍ବୁଲାନ୍ସ ଦିଗପହଣ୍ଡିରୁ କୋଦଳା ଯାଉଥିବା ଚାଳକ ଜଣକ କହିଛନ୍ତି।

ମତାମତ ଦିଅନ୍ତୁ ।