ଅମିତାଭଙ୍କ କରୋନା ରିପୋର୍ଟ ନେଗେଟିଭ୍

ମୁମ୍ବାଇ : ବଲିଉଡ୍ ଅଭିନେତା ଅମିତାଭ୍ ଓ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଦୁହିଁଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ସୂଚନା ମିଳିଛି ଅମିତାଭଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏହି ଖବର ଆତ୍ମୀୟ ଓ ପ୍ରଶଂସକମାନଙ୍କ ମନରେ ଖୁସି ଆଣିଛି। ତେବେ ଆଉ ଦୁଇଥର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ସୂଚନାଯୋଗ୍ୟ ଅମିତାଭଙ୍କ ସମେତ ପୁଅ ଅଭିଷେକ, ବୋହୂ ଐଶ୍ୱର୍ୟା ଓ ନତୁଣୀ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅମିତାଭ ଓ ଅଭିଷେକ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଐଶ୍ୱର୍ୟା ଓ ଆରାଧ୍ୟା ହୋମ୍ କ୍ୱାରେଣ୍ଟାଇନରେ ଚାରିଦିନ ରହିବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ମତାମତ ଦିଅନ୍ତୁ ।