ଅମ୍ଳଜାନ ଅଭାବ : ଦିଲ୍ଲୀରେ ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀରଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ସ୍ୱୀକାର କରିଛନ୍ତି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ବୟାନରେ କୁହାଯାଇଛି ମଧ୍ୟାହ୍ନ ୧୨ଟାରେ ଆମର ଅମ୍ଳଜାନ ଶେଷ ହୋଇଗଲା। ୧.୩୫ ଘଣ୍ଟାରେ ଅମ୍ଳଜାନ ପାଇଲୁ। ସେ ସମୟରେ ୮ଟି ଜୀବନ ଚାଲିଗଲା। ବାତ୍ରା ହସ୍ପିଟାଲ ମେଡିସିନ୍‌ ନିର୍ଦ୍ଦେଶକ ଡାକ୍ତର ଏସସିଏଲ ଗୁପ୍ତା କହିଛନ୍ତି ଘଣ୍ଟାଏ ପର୍ଯ୍ୟନ୍ତ ଆମକୁ ବିନା ଅମ୍ଳଜାନରେ ହସ୍ପିଟାଲ ଚଳେଇବାକୁ ପଡ଼ିଲା। ଶନିବାର ମଧ୍ୟାହ୍ନରେ ଏହି ସଂକଟ ଯୋଗୁଁ ୮ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ସେମାନଙ୍କ ମଧ୍ୟରେ ଆମର ଜଣେ ଡାକ୍ତର ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button