ଅନୈତିକ ସଂପର୍କ ଧରାପଡିବାରୁ ବିଧବାଙ୍କୁ ବାହାହେଲେ ବିବାହିତ ଯୁବକ

ନୀଳଗିରି : ଅନୈତିକ ସଂପର୍କ ଜଣେ ବିବାହିତ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗାଁ ଲୋକଙ୍କ ହାତରେ ଧରାପଡିବା ପରେ ବିଧବାଙ୍କ ହାତ ଧରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ନୀଳଗିରି ଲଟାପଡ଼ା ଗାଁରେ ଘଟିଥିବା ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୧୧ ନମ୍ବର ୱାର୍ଡ ଲଟାପଡା ଗାଁ ହେଉଛି ଆଦିବାସୀ ଅଞ୍ଚଳ। ନୀଳଗିରି ଚିମିନିଭାଟି ଗାଁର ବିଜୟ ମୁଖୀ ଓରଫ କାଳିଆ ଓ ବାଲେଶ୍ଵର କେଶରପୁର ଅଂଚଳର ଅନୁପ ସିଂ ଲଟାପଡା ଗାଁର ଜଣେ ବିଧବା ମହିଳାଙ୍କ ପାଖକୁ ଆସିଥିଲେ। ଜଙ୍ଗଲରେ ଅନୁପ ବିଧବା ମହିଳାଙ୍କ ସହ ଖରାପ ସମ୍ପର୍କ ରଖିବା ଗ୍ରାମବାସୀ ଓ ତାଙ୍କ ସମ୍ପର୍କୀୟ ଦେଖିବାରୁ କଥା ଭିନ୍ନ ମୋଡ ନେଇଥିଲା। ସମ୍ପୃକ୍ତ ଯୁବକ ଓ ତାଙ୍କ ସାଥୀଙ୍କୁ ମିଳିଥିଲା ଉତ୍ତମ ମଧ୍ୟମ।

ଏହି ଘଟଣାକୁ ନେଇ ଗାଁରେ ବୈଠକ ବସିଲା। ନିଷ୍ପତ୍ତି ହେଲା ବିଧବା ମହିଳାଙ୍କ ସିନ୍ଥିରେ ସିନ୍ଦୁର ପିନ୍ଧାଇବେ ସମ୍ପୃକ୍ତ ଯୁବକ। ଯୁବକ ଦ୍ୱୟ ଘଟଣାକୁ ପ୍ରଥମେ ଖଣ୍ଡନ କରିଥିଲେ। କିନ୍ତୁ ଗ୍ରାମବାସୀ ବିବାହ ପାଇଁ ଜିଦ ଧରି ବସିଥିଲେ। ଏହାକୁ ନେଇ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଶେଷରେ ଯୁବକ ଜଣକ ବିଧବା ମହିଳାଙ୍କ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧାଇ ନିଜର କରିନେଇଥିଲେ। ପରେ ନୋଟାରୀରେ କାଗଜପତ୍ର କରଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button