ଅନଲାଇନ୍‌ରେ ହେବ ନିଟ୍‌ ପରୀକ୍ଷା

ରାଉରକେଲା : କରୋନା ପାଇଁ ନିଟ୍‌ ଶେଷ ବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଅନଲାଇନ୍‌ରେ ହେବ। ନିଟ୍‌ କର୍ତ୍ତୃପକ୍ଷ ଏହା ସ୍ପଷ୍ଟ କରିଥିବା ବେଳେ କେବେଠାରୁ ପରୀକ୍ଷା ହେବ ସୂଚନା ଦେଇ ନାହାନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖରୁ ଛାତ୍ରଛାତ୍ରୀମାନେ ନିଟ୍‌ କ୍ୟାମ୍ପସ୍‌କୁ ଫେରିଥିଲେ। ହଷ୍ଟେଲରେ ଏବେ ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ସ୍ଥିତିରେ ଆସନ୍ତା ୫ ତାରିଖରୁ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଅଫଲାଇନ୍‌ ପରୀକ୍ଷା ହେଲେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। କେବେ ଓ କେଉଁ ସମୟରେ ପରୀକ୍ଷା ହେବ ଆଉଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *

Back to top button