ଅନ୍ତଃବସ୍ତ୍ରରେ ଜିନିଷ ଲୁଚାଉଥିବା ମହିଳାଙ୍କ ଭିଡିଓ ଭାଇରାଲ୍

ମସ୍କୋ : ମାର୍କେଟରୁ ଅଭିନବ ଉପାୟରେ ଚୋରି। ଏହି ଦୃଶ୍ୟଟି ରୁଷର କ୍ରାସନୋଡାର ସହରର ଏକ ସୁପରମାର୍କେଟ ସିସିଟିଭିରେ କଏଦ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହାର ଭିଡିଓ। ଏଥିରେ ଜଣେ ମହିଳା ଦୋକାନରୁ ଜିନିଷ ଆଣି ନିଜ ଅନ୍ତଃବସ୍ତ୍ରରେ ଲୁଚାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଆଉ ଜଣେ ଗ୍ରାହକ ଯାଉଥିଲେ ହେଁ ମହିଳାଙ୍କ କାରନାମା ବିଷୟରେ ସୁରାକକୁ ପାଉ ନାହାନ୍ତି। ଗ୍ରାହକ ଜଣକ ଦୂରକୁ ଚାଲିଯିବା କ୍ଷଣି ପୁଣି ଅନ୍ତଃବସ୍ତ୍ରରେ ଜିନିଷ ଲୁଚାଇବା ଆରମ୍ଭ କରି ଦେଉଛନ୍ତି ମହିଳା। ପାଖାପାଖି ୬ଟି ଜିନିଷ ଲୁଚାଇବାରେ ସଫଳ ହେଉଛନ୍ତି।

ଏହି ଘଟଣା ଅକ୍ଟୋବର ୫ ତାରିଖ ସନ୍ଧ୍ୟା ୫ଟା ୨୦ ମିନିଟ ସମୟର। ସୁପରମାର୍କେଟ ସିକ୍ୟୁରିଟି ଗାର୍ଡ଼ ଭିଡିଓକୁ ସୋସିଆଲ୍ ମିଡିଆରେ ଜାରି କରି ଲେଖିଛନ୍ତି ଏପରି କାର୍ଯ୍ୟକୁ ସର୍ବପ୍ରଥମେ ସାର୍ବଜନିକ କରିବା ଉଚିତ୍। ଏପରି ଆଚରଣ ପାଇଁ କେବଳ ବେଲଜ୍ଜା ଶବ୍ଦର ବ୍ୟବହାର କରାଯାଇପାରିବ। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ୟୁଜର୍ସ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ମହିଳା ଲୁଚାଇଥିବା ଜିନିଷ ଦେଖା ଯାଉନଥିବାରୁ ଏତେ ଜିନିଷ ଅନ୍ତଃବସ୍ତ୍ରରେ କିପରି ରଖିଲେ ପ୍ରଶ୍ନ ଉଠିଛି ? ତେବେ ପୋଲିସ୍ ସେଇ ମହିଳାଙ୍କୁ ଖୋଜୁଛି।

ମତାମତ ଦିଅନ୍ତୁ ।