ଅର୍ଜୁନ ଟ୍ୟାଙ୍କ୍‌ରୁ ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ର ସଫଳ ପରୀକ୍ଷା

ନୂଆଦିଲ୍ଲୀ : ‘ଏମ୍‌ବିଟି ଅର୍ଜୁନ’ କମାଣରୁ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା ସଫଳ ହୋଇଛି। ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) ଅହମଦନଗର ଆର୍ମୋର୍‌ଡ୍ କର୍ପସ୍ ସେଣ୍ଟର୍‌ ଆଣ୍ଡ୍ ସ୍କୁଲ୍‌ସ୍ଥିତ କେ କେ ରେଞ୍ଜ୍‌ରେ ଏହି ପରୀକ୍ଷା କରିଛି।

‘ଡିଆର୍‌ଡିଓ’ କହିଛି ଏହି ପରୀକ୍ଷାରେ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଛି। ‘ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ ଆର୍ମୋର୍‌ ଦ୍ଵାରା ସୁରକ୍ଷିତ ଯାନଗୁଡ଼ିକୁ ଉପରକୁ ଏହି କ୍ଷେପଣାସ୍ତ୍ର ଏକ ‘ହିଟ୍‌ ୱାର୍‌ହେଡ୍‌’ ପ୍ରୟୋଗ କରେ। ଏକାଧିକ ଉତ୍‌କ୍ଷେପଣ ପ୍ଲାଟ୍‌ଫର୍ମରେ ଉତ୍‌କ୍ଷେପଣ କରାଯିବା ନିମନ୍ତେ ଏହାକୁ ବିକଶିତ କରାଯାଇଛି। ସେଥିପାଇଁ ‘ଏମ୍‌ବିଟି ଅର୍ଜୁନ’ କମାଣରୁ ଏହାକୁ ପ୍ରୟୋଗ କରାଯାଇ ବୈଷୟିକ ମୂଲ୍ୟାୟନ କରାଯାଉଛି।

ମତାମତ ଦିଅନ୍ତୁ ।