ଅସଦାଚରଣ ଅଭିଯୋଗରେ ଅଭିନେତା ବିଜୟ ରାଜ ଗିରଫ

ମୁମ୍ବାଇ : ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜ ଗିରଫ। ଗତକାଲି ମୁମ୍ବାଇର ଗୋଣ୍ଡିଆରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଶୁଟିଂ ସେଟ୍‌ର ଜଣେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିବା ମାମଲା ରୁଜୁ ହୋଇଥିଲା। ଏହି ସୂଚନା ଦେଇଛନ୍ତି ଗୋଣ୍ଡିଆର ଅତିରିକ୍ତ ଏସପି ଅତୁଲ କୁଲକର୍ଣ୍ଣି। ଖବର ଅନୁଯାୟୀ ବିଜୟ ରାଜଙ୍କୁ ରାମ ନଗର ପୋଲିସ୍‌ ଷ୍ଟେସନକୁ ନିଆଯାଇଥିଲା। ପରେ ତାଙ୍କୁ ଜାମିନ ମିଳିଛି। ବିଜୟ ରାଜ ଫିଲ୍ମ ଶେରନୀରେ ଅଭିନୟ କରୁଛନ୍ତି।

ମତାମତ ଦିଅନ୍ତୁ ।