ଅଶ୍ୱିନୀ ବୈଷ୍ଣବ ହେଲେ ପ୍ରେସ୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆର ସଦସ୍ୟ

ନୂଆଦିଲ୍ଲୀ : ଓଡ଼ିଶାର ବିଜେପି ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ରାଜ୍ୟସଭା ସାଂସଦ ଡକ୍ଟର କେ. କେଶବ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟସଭାର ୨୦ ତାରିଖର ପ୍ରେସ ବିଜ୍ଞପ୍ତିରେ ରାଜ୍ୟସଭା ଅଧ୍ୟକ୍ଷ ଦୁଇଜଣ ସଦସ୍ୟଙ୍କୁ ମନୋନୀତ କରିଥିବା କୁହାଯାଇଛି।

ସୂଚନାଯୋଗ୍ୟ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ୨୦୧୯ରେ ବିଜେପିରୁ ରାଜ୍ୟସଭା ପାଇଁ ମନୋନୀତ ହେବା ପରେ ବିଜେପିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ୧୯୭୦ରେ ଯୋଧପୁରରେ ଜନ୍ମ ଗ୍ରହଣ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଜୟ ନାରାୟଣ ବ୍ୟାସ ବିଶ୍ଵବିଦ୍ୟାଳୟରୁ ସ୍ନାତକ ପରେ ଆଇଆଇଟି ଖଡଗପୁରରୁ ଏମଟେକ ଶିକ୍ଷା କରିଥିଲେ। ୧୯୯୪ ବ୍ୟାଚର ଏହି ଆଇଏଏସ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button