ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ପର୍ଶୁରାମପୁର ଗାଁରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼। ବେଆଇନ୍‌ ଇଟାଭାଟି ଉପରେ ଚଢଉ ସମୟରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ମଙ୍ଗଳବାର ପର୍ଶୁରାମପୁର ଅଞ୍ଚଳରେ ବେଆଇନ୍‌ ଇଟାଭାଟି ଚାଲିଥିଲା। ଖବର ପାଇ ଅତିରିକ୍ତ ତହସିଲଦାର ଟିମ୍‌ ନେଇ ସେହି ଅଞ୍ଚଳରେ ଚଢାଉ କରିବା ପାଇଁ ଯାଇଥିଲେ। କିନ୍ତୁ ଚଢଉ ସମୟରେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏପରିକି ଇଟା ମାଫିଆ ତାଙ୍କୁ ଆକ୍ରମଣ କରିବା ସହିତ ଗାଡିକୁ ଭାଙ୍ଗିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button