ଅଟୋ-ଟ୍ରକ ଧକ୍କା : ୮ ମୃତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ନେଲୁରୁ ଜିଲ୍ଲାର ବୁଛିରେଡିପାଲେମ ପଞ୍ଚାୟତ ଦାମରାମାଡୁଗୁ ଜାତୀୟ ରାଜପଥରେ ଯାତ୍ରୀବାହୀ ଅଟୋ ଓ ମାଲ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ତାମିଲନାଡୁର ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମ ଜୋତିର୍ଲିଙ୍ଗ ଓ ଅନ୍ୟାନ୍ୟ ମନ୍ଦିର ଦର୍ଶନ କରି ଘରକୁ ଫେରୁଥିଲେ। ବିଳମ୍ବିତ ରାତିରେ ଅଟୋକୁ ଏକ ଟ୍ରକୁ ଧକ୍କା ଦେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୫ଜଣ ମହିଳା ଓ ୩ ଜଣ ପୁରୁଷ। ଅଟୋ ଚାଳକର ଆଖି ଲାଗିଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button