ବାବୁଲ ସୁପ୍ରିଓଙ୍କ ଚାପୁଡା ମାରିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ନେଇ ବିବାଦ। ରବିବାର ରାଣୀକୁଥି ଅଞ୍ଚଳ ବିଜେପି କାର୍ଯ୍ୟାଲୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ଭିଡିଓ ଭାଇରାଲ ହୋଇଛି।

ସୋମବାର ଭାଇରାଲ ଭିଡିଓରେ ବଲିଉଡ ଗାୟତ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ସେହି ବ୍ୟକ୍ତି ଜଣକ ବାବୁଲ ସୁପ୍ରିଓଙ୍କୁ ଟିଭି ସାମ୍ନାରେ ଆସିବା ଓ ସାକ୍ଷାତକାର ଦେବା ବଦଳରେ ପ୍ରଚାରକୁ ଅଧିକ ଜୋର ଦେବା ପାଇଁ କହୁଥିବା ଶୁଣିବାକୁ ମିଳିଛି। କିନ୍ତୁ
ଚାପୁଡା ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁଲ ସୁପ୍ରିଓ। ସେ କହିଛନ୍ତି ଚାପୁଡା ମାରି ନାହାନ୍ତି। ଚାପୁଡା ମାରିବା ପାଇଁ କେବଳ ହାତ ଉଠାଇ ଇସାରା କରିଥିଲେ।

ଅନ୍ୟପକ୍ଷରେ ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ବାବୁଲ ଯେଉଁ ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ ସେହି ବ୍ୟକ୍ତି ଜଣକ ଟିଏମ୍‌ସିର ନା ବିଜେପିର ତାହା ଦଳ ଜାଣିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *

Back to top button