ବାଘଛାଲ ଜବତ, ୪ ଗିରଫ

ନବରଙ୍ଗପୁର : ସ୍ଥାନୀୟ ବନ ବିଭାଗର କର୍ମଚାରୀମାନେ ୩ଟି କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ନିକଟରୁ ୨ଟି ବାଇକ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ନାୟକ, ତ୍ରିନାଥ ନାୟକ, ପ୍ରହଲ୍ଲାଦ ନାୟକ ଓ ଗୁପ୍ତ ପ୍ରସାଦ ଟାକରୀ।

ଉପଖଣ୍ଡ ବନ ଅଧିକାରୀ ମଗର ଧନଜୀ ରାଓ କହିଛନ୍ତି ଗତକାଲି ଖବର ମିଳିଥିଲା କଳାହାଣ୍ଡି-ନବରଙ୍ଗପୁର ସୀମାରୁ ନବରଙ୍ଗପୁରକୁ ବାଘ ଛାଲ ଆସୁଛି। ସୂଚନା ଆଧାରରେ ନବରଙ୍ଗପୁର ବନ ବିଭାଗକୁ କଳହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଂଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକଙ୍କୁ ବନ ବିଭାଗ କାବୁ କରିଥିଲା। ସେମାନଙ୍କର ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସହିତ ଏକ ବାଇକ ଜବତ କରିଥିଲା।

ସେହିପରି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଉସୁରୀପଦର ଛକ ନିକଟରୁ ଗୁପ୍ତ ପ୍ରସାଦ ଟାକରୀ ଓ ପ୍ରହଲ୍ଲାଦ ନାୟକଙ୍କ ଠାରୁ ୨ଟି ବାଘ ଛାଲ ଜବତ କରାଯାଇଛି। ଗୁପ୍ତ ପ୍ରସାଦ ଓ ପ୍ରହଲ୍ଲାଦ ଖାତିଗୁଡ଼ା ଥାନା ଅନ୍ତର୍ଗତ ଗରିଗୁଡ଼ା ଗାଁର। ସେମାନଙ୍କ ଠାରୁ ମଧ୍ୟ ଗୋଟିଏ ବାଇକ ଜବତ ହୋଇଛି। ତେବେ ଅଭିଯୁକ୍ତମାନେ ବାଘ ଛାଲ କେଉଁଠୁ ଆଣିଥିଲେ ଏବଂ କେଉଁଠିକୁ ନେଇଥାନ୍ତେ ତାହାର ତଦନ୍ତ ବନବିଭାଗ ଜାରି ରଖିଛି।

ମତାମତ ଦିଅନ୍ତୁ ।