Breaking Newsଦେଶ-ବିଦେଶ

ବହିଷ୍କୃତ ବିଜେପି ନେତାଙ୍କ ଲାପ୍‌ଟପରେ ଅଶ୍ଳୀଳ ଭିଡିଓ

ଜାଲୌନ : ଶିଶୁ ଯୌନ ଶୋଷଣ ମାମଲାରେ ବହିଷ୍କୃତ ବିଜେପି ନେତାଙ୍କ ଲାପ୍‌ଟପରେ ଅଶ୍ଳୀଳ ଭିଡିଓ। ପୋଲିସ ତାଙ୍କୁ ଗିରଫ କରିବା ପରେ ଏଇ ନେତାଙ୍କ କେଳେଙ୍କାରୀ ଗୁମର ଖୋଲିଛି। ଜବତ ହୋଇଥିବା ଲାପ୍‌ଟପରେ ଅନେକ ଶିଶୁଙ୍କ ସହିତ ଅଭିଯୁକ୍ତ କରିଥିବା ଦୁଷ୍କର୍ମର ଚିତ୍ର ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଶିଶୁ ଯୌନ ଶୋଷଣ ମାମଲାରେ ରାମବିହାରୀ ରାଠୋରଙ୍କୁ ଉତ୍ତରପ୍ରଦେଶ ପୋଲିସ ଜାଲୌନ ଜିଲ୍ଲାରେ ଭଗତ ସିଂହ ନଗରରୁ ବୁଧବାର ଗିରଫ କରିଛି। ତାଙ୍କ ଘରୁ ଜବତ ହୋଇଛି ଲାପଟପ୍‌, ଡିଭିଡି ଓ ହାର୍ଡ ଡିସ୍କ। ଏଥିରେ ୧୫ରୁ ୨୦ ଅଶ୍ଳୀଳ ଭିଡିଓ ରହିଛି। ଏସବୁ ଭିଡିଓରେ ଭିନ୍ନ ଭିନ୍ନ ଶିଶୁଙ୍କ ସହ ଅଭିଯୁକ୍ତ କରିଥିବା ଦୁଷ୍କର୍ମର ଚିତ୍ର ରହିଥିବା କୋଞ୍ଚ କୋତବାଲି ଏସଏଚଓ ଇମରାନ ଖାନ କହିଛନ୍ତି। ତାଙ୍କ ସୂଚନା ହେଲା ରାଠୋର ପ୍ରଥମେ ଛୋଟ ଝିଅଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରାଉଥିଲା। ପରେ ସେମାନଙ୍କର ଯୌନ ଶୋଷଣ କରି ଭିଡିଓ କରୁଥିଲା। ଏପରିକି ଛୋଟ ଝିଅମାନଙ୍କୁ ଧମକାଇ ଦୁଷ୍କର୍ମ କରୁଥିଲା ବୋଲି ସେ କହିଛନ୍ତି।

ରାମବିହାରୀ ରାଠୋର କୋଞ୍ଚର ବିଜେପି ନଗର ପାଳିକା ଅଧ୍ୟକ୍ଷ ଥିଲେ। ଶିଶୁ ଯୌନ ଶୋଷଣ ମାମଲାରେ ଗିରଫ ପରେ ତାକୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି ଲା ଜାଲୌନ ବିଜେପି ଜିଲ୍ଲାଧ୍ୟକ୍ଷ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button