ବଜାଜ ଅଟୋ ପ୍ରଚଳନ କଲା ‘ଏକ୍ସଟ୍ରାକଡକ’ ନୂଆ ସିଟି୧୧୦ଏକ୍ସ

ନୂଆଦିଲ୍ଲୀ : ବଜାଜ ଅଟୋ ନୂଆ ସିଟି୧୧୦ଏକ୍ସ ଭାରତରେ ପ୍ରଚଳନ କରିଛି। ସିଟି ବର୍ଗମାଳାର ଶୀର୍ଷସ୍ତରର ସଂସ୍କରଣ ଏହି ବାଇକରେ ‘ଏକ୍ସଟ୍ରାକଡକ’ ଲୁକ୍‍, ପ୍ରଦର୍ଶନ ଓ ଏକ ମଜଭୁତ ନିର୍ମାଣକୁ ସନ୍ନିହିତ କରାଯାଇଛି। ଯାହା ତୁଳନାତ୍ମକ ଭାବେ ପ୍ରଶସ୍ତ କ୍ରସ ସେକ୍ସନ, ଦମ୍‍ଦାର ଗୋଲାକାର ହେଡଲାଇଟ ଓ ସଂପୂର୍ଣ୍ଣ କଳା ଭାଇଜରକୁ ନେଇ ସିଟି୧୧୦ଏକ୍ସ ତାହାର ପ୍ରତିଦ୍ୱନ୍ଦୀଙ୍କ ତୁଳନାରେ କିଛି ଅଧିକ ଉପସ୍ଥାପନ କରୁଛି।

ଗ୍ରାହକଙ୍କ ଆବଶ୍ୟକତକୁ ଦୃଷ୍ଟିରେ ରଖି ଏଥିରେ ବହୁବିଧ ପରିବର୍ତ୍ତନ କରାଯାଇଛି। ଅଧିକ ମୋଟା କ୍ରାଶ ଗାର୍ଡ, ମୋଲ୍‍ଡେଡ ଫୁଟହୋଲ୍‍ଡ ଏହାର ଚାଳନା ସମୟରେ ଅଧିକ ନିରାପତ୍ତା ଓ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରୁଛି। ଏହି ମୋଟରସାଇକେଲରେ ପଛପଟେ ଏକ କ୍ୟାରିୟର ରହିଛି ଯାହା ୭ କିଲୋଗ୍ରାମ ଓଜନ ବହିବାକୁ ସମର୍ଥ। ବାଇକ ଚାଳନା ସ୍ୱାଚ୍ଛନ୍ୟରେ ବୃଦ୍ଧି ଘଟାଇବାକୁ ସିଟ୍‍କୁ ଡୁଆଲ ଟେକ୍ସଚର ଓ ଡୁଆଲ ଷ୍ଟିଚିଂ ଫିନିଶ କରାଯାଇଛି। ସେମି ନବି ଟାୟାର ଓ ଏକ ସ୍କ୍ୱାୟାର ଟ୍ୟୁବ, ସେମି ଡବଲ କ୍ରାଡଲ ଫ୍ରେମ ଏହାକୁ ସ୍ଥିରତା, ମଜଭୁତପଣ ଏବଂ ଉନ୍ନତତର ଚାଳକ ନିୟନ୍ତ୍ରଣ କ୍ଷମତା ପ୍ରଦାନ କରୁଛି। ଏଥିସହ ସମନ୍ୱିତ ଟ୍ୟାଙ୍କ ପ୍ୟାଡ ଓ ଏକ ଉତ୍‍ଥିତ ସମ୍ମୁଖ ଭାଗ ଫେଣ୍ଡର ଚାଲେଞ୍ଜପୂର୍ଣ୍ଣ ପରିସ୍ଥିତି ପାଇଁ ବହୁମୁଖୀ ସାମର୍ଥ୍ୟ ପ୍ରଦାନ କରୁଛି। ସିଟି୧୧୦ଏକ୍ସର ମୂଲ୍ୟ (ଏକ୍ସ ସୋ ରୁମ୍‍ ଦିଲ୍ଲୀ ୫୫,୪୯୪/-) ରଖାଯାଇଛି। ଭାରତର ସମସ୍ତ ବଜାଜ ଅଟୋ ଡିଲରସିପ୍‍ରେ ଚାରିଟି ରଙ୍ଗରେ ଏହା ଉପଲବ୍ଧ ହେଉଛି।

ଶୁଭାରମ୍ଭ ଅବସରରେ ବଜାଜ ଅଟୋ-ମୋଟରସାଇକେଲ୍ସର ପ୍ରେସିଡେଣ୍ଟ ସାରଙ୍ଗ କାନାଡେ କହିଛନ୍ତି ସିଟି୧୧୦ଏକ୍ସ ପ୍ରଚଳନ ସହିତ ଆମେ ଅଧିକ ବୈଶିଷ୍ଟ୍ୟ, ଅଧିକ ଚାଳନା ସ୍ୱାଚ୍ଛନ୍ୟ ଓ ମାଇଲେଜ ସହିତ ସାଲିସ ନକରି ସ୍ଥାୟିତ୍ୱ ଅନୁଯାୟୀ ମୂଲ୍ୟ ସଂଯୋଗ କରୁଥିବା ଏକ ଉତ୍ପାଦ ଯୋଗାଇ ଦେଉଛୁ। ଏହାର ୧୭୦ ଏମଏମ ଗ୍ରାଉଣ୍ଡ କ୍ଲିଅରାନ୍ସ ବଳରେ ଯେକୌଣସି ଭାରତୀୟ ସଡକରେ ସହଜରେ ଯାତ୍ରା କରିପାରିବ। ଏହାର ୧୨୮୫ ଏମଏମ ହ୍ୱିଲ ବେସ୍‍ ଖରାପ ଓ ଅସମତଳ ରାସ୍ତାରେ ମଧ୍ୟ ସ୍ଥିରତା ବଜାୟ ରଖିବ।

Leave a Reply

Your email address will not be published. Required fields are marked *

Back to top button