ବଜାରକୁ ପ୍ରବେଶ କଲା ୧୦୦ କୋଟି ଟଙ୍କାର ଚ୍ୟବନପ୍ରାସ

ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ତାହାର ଛାମୁଆ ବ୍ରାଣ୍ଡ୍‍ ନ୍ୟୁଟ୍ରିଲାଇଟ ଅଧୀନରେ ‘ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ଡିଏନଏ ଫିଙ୍ଗରପ୍ରିଣ୍ଟିଂ ଦ୍ୱାରା ସଠିକ ପ୍ରମାଣିତ ପୋଷକ ସମୃଦ୍ଧ ୩୨ଟି ଗୁଳ୍ମର ଏକ ଦ୍ରବିଭୂତ ମିଶ୍ରଣ ଯାହା ୧୬ଟି ପ୍ରମାଣିକୃତ ଅର୍ଗାନିକ ଉପାଦାନରେ ପ୍ରସ୍ତୁତ ହୋଇଛି। ଏଥିରେ କୌଣସି ପ୍ରିଜରଭେଟିଭ ବ୍ୟବହାର କରାଯାଇନାହିଁ। ଭାରତର ପାରମ୍ପରିକ ଖାଦ୍ୟପ୍ରସ୍ତୁତି ଶୈଳୀରେ ପ୍ରେରିତ ହୋଇ ନ୍ୟୁଟ୍ରିଲାଇଟ ଚ୍ୟବନପ୍ରାସ ଫର୍ମୁଲେସନ ମୂଳତଃ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି, ଶରୀରକୁ ନୂଆ କାୟାକଳ୍ପ ପ୍ରଦାନ, ସାମର୍ଥ୍ୟ ଓ ଅନ୍ତର୍ନିହିତ ଶକ୍ତି ବୃଦ୍ଧି ସହିତ ଦୈନନ୍ଦିନ ସଂକ୍ରମଣ ବିରୋଧରେ ଲଢେଇ କରିବାରେ ସହାୟତା କରିବ। ଏହି ଶୁଭାରମ୍ଭ ଦେଶରେ ବର୍ଦ୍ଧିତ ଆୟୁର୍ବେଦ ବଜାରର ଏକ ଆଖିଦୃଶିଆ ଅଂଶ ଦଖଲ ସହିତ ଚ୍ୟବନପ୍ରାସ ବଜାରରେ ଆମୱେର ପ୍ରବେଶ ଘଟାଇଛି।

ଏହି ଅବସରରେ ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି ପାରମ୍ପରିକ ହର୍ବାଲ ବର୍ଗ ଉପରେ ଦୃଷ୍ଟିନିବଦ୍ଧ ସହିତ ଭିଟାମିନ ଓ ଖାଦ୍ୟଭିତ୍ତିକ ପରିପୋଷଣ ବଜାରରେ ଆମୱେର ଅପ୍ରତିଦ୍ୱନ୍ଦ୍ୱୀ ଉପସ୍ଥିତି ଆମକୁ ଚ୍ୟବନପ୍ରାସ ବର୍ଗକୁ ସମ୍ପ୍ରସାରିତ ହେବାପାଇଁ ସ୍ୱାଭାବିକ ପଦକ୍ଷେପ ହୋଇଛି। ଆମୱେ ଇଣ୍ଡିଆର ସିନିୟର ଭାଇସ ପ୍ରେସିଡେଣ୍ଟ-ପୂର୍ବ ଓ ପଶ୍ଚିମ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି ଜନସାଧାରଣ ପୋଷଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ କଲ୍ୟାଣ ନିମନ୍ତେ ସାମଗ୍ରିକ ଆଭିମୁଖ୍ୟକୁ ଆପଣାଉଥିବାରୁ ଭାରତର ପାରମ୍ପରିକ ହର୍ବରୁ ପ୍ରସ୍ତୁତ ପୋଷଣ ପରିପୂରକ ସମେତ ଗୁଣାତ୍ମକ ମାନର ପୋଷଣ ଉତ୍ପାଦର ବର୍ଦ୍ଧିତ ଚାହିଦା ରହିଛି। ପୋଷଣ ଓ କଲ୍ୟାଣ କ୍ଷେତ୍ରରେ ଆମର ବିଶେଷ ଜ୍ଞାନ ଆଧାରରେ ଆମେ ସ୍ୱେଦେଶୀ ସ୍ତରରେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ପ୍ରସ୍ତୁତ କରିଛୁ। ଆମୱେ ଇଣ୍ଡିଆର ସିଏମଓ ଅଜୟ ଖାନ୍ନା କହିଛନ୍ତି ପାରମ୍ପରିକ ଉପାଦାନ ଥିବା ହର୍ବାଲ ଉତ୍ପାଦଗୁଡିକ ପ୍ରତି ଉପଭୋକ୍ତାଙ୍କର ଆଗ୍ରହ ପରିପ୍ରେକ୍ଷୀରେ ନ୍ୟୁଟ୍ରିଲାଇଟ ଟ୍ରାଡିସନାଲ ହର୍ବ୍‍ସ ରେଞ୍ଜ (ଏନଟିଏଚଆର) ୨୦୨୦ରେ ମଜଭୁତ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଲକ୍ଷ୍ୟ କରିଛି।

ଏହି ଉତ୍ପାଦ ତାହାର ଶୁଭାରମ୍ଭକାଳୀନ ମୂଲ୍ୟ ୫୦୦ ଗ୍ରାମ ପିଛା ୪୯୯ ଟଙ୍କାରେ ପ୍ରଚଳନ କରାଯାଇଛି। ସମଗ୍ର ଭାରତରେ କେବଳ ଆମୱେର ପ୍ରତ୍ୟକ୍ଷ ବିକ୍ରେତାମାନଙ୍କ ଦ୍ୱାରା ଏହା ବିକ୍ରି କରାଯିବ।

Leave a Reply

Your email address will not be published. Required fields are marked *

Back to top button