ବଜ୍ରାଘାତ ଘଟି ଜଣେ ମୃତ ଓ ଜଣେ ଆହତ

ବଣେଇ : ବନେଇ ଉପଖଣ୍ଡର ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଇଲିଝର ଗ୍ରାମରେ ବଜ୍ରାଘାତ ଘଟିଛି। ଏହି ଘଟଣାରେ କ୍ଷିତିଶ ମାହାକୁଡଙ୍କର ମୃତ୍ୟୁ ହୋଇବେଳେ ପ୍ରଶାନ୍ତ ଧୀବର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଗୁରୁବାର କୁଇଲିଝର ଗ୍ରାମର କିଛି ଯୁବକ ଗ୍ରାମ ପଡ଼ିଆରେ କ୍ରିକେଟ ଖେଳସାରି ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ କ୍ଷିତିଶଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଶାନ୍ତ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଲହୁଣୀପଡା ଚିକିତ୍ସାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button