ବଜ୍ରାଘାତରେ ମହିଳା ଚାଷୀଙ୍କ ମୃତ୍ୟୁ

ଟିଟିଲାଗଡ଼ : ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁର ଜଣେ ମହିଳା ଚାଷୀଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ ଭେରୁଆଁଭଟା ଗାଁର ରେବତୀ ସାହୁ ଓ ନାବାଳକ ପୁଅ ସହିତ ଜମିରେ ଚାଷ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ରେବତୀର ମୃତ୍ୟୁ ହୋଇଥିବା ବେଳେ ପୁଅ ଭୀମସେନ ଗୁରୁତର ଆହତ ହୋଇ ସଇଁତଳା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।