ବଲାଙ୍ଗୀର : ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ଗିରଫ

ବଲାଙ୍ଗୀର : ଗୁଣ୍ଡାଗର୍ଦ୍ଦି ଠାରୁ ଆରମ୍ଭ କରି ବନ୍ଧୁକ ଦେଖାଇ ଲୁଟ କରୁଥିଲା ବଣ୍ଟି ସୁନା। ତା’ପାଇଁ ବଲାଙ୍ଗୀରି ଜିଲ୍ଲାରେ ସୃଷ୍ଟି ହୋଇଥିଲା ଆତଙ୍କ। ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏସପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ଏହି ଟିମ ଗୋଟିଏ ପରେ ଗୋଟିଏ ଗିରଫ କରି କୋର୍ଟ ଚାଲାଣ କରୁଛି। ଟାର୍ଗେଟରେ ଥିଲା ପଶ୍ଚିମ ଓଡ଼ିଶାରେ ଅନେକ ଲୁଟ ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଡକାୟତ ବଣ୍ଟି ସୁନା। ଯାହାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହିସହ ବଲାଙ୍ଗୀରର ଦୁଇଟି ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ବଣ୍ଟି ସହିତ ଆଉ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।