ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ସ୍ୱତନ୍ତ୍ର ପ୍ରଚାରକଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିମ୍ନଲିଖିତ ନେତୃବୃନ୍ଦମାନଙ୍କୁ ପ୍ରଚାରକ ଦାୟିତ୍ୱ ଅର୍ପଣ କରିଛନ୍ତି। ନେତୃବୃନ୍ଦମାନେ ନିଜ ଦାୟିତ୍ୱରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ତୁରନ୍ତ ଗସ୍ତ କରି କଂଗ୍ରେସ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱ ନିମନ୍ତେ କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତୃବୃନ୍ଦ ଅନନ୍ତ ପ୍ରସାଦ ସେଠୀ, ଯଜ୍ଞେଶ୍ୱର ବାବୁ, ସମରେନ୍ଦ୍ର ମିଶ୍ର, ଜର୍ଜ ତୀର୍କୀ, ଡ. ଦେବାଶିଷ ପଟ୍ଟନାୟକ, ଦେବେନ୍ଦ୍ର ଶର୍ମା, ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ମନୋଜ ଆଚାର୍ଯ୍ୟ, ନନ୍ଦକିଶୋର ଦାସ, ରଂଜିତ୍ ଦାସ, ଶୁଭଶ୍ରୀ ପଣ୍ଡା, ଆଲୋକ କୁମାର ଦାସ, ଅମୀୟ ପାଣ୍ଡବ, ବିସ୍ମୟ ମହାପାତ୍ର, ମଧୁମିତା ସେଠୀ, ସ୍ୱରୂପା ତ୍ରିପାଠୀ, ସନ୍ତୋଷ ନନ୍ଦ, ଆଲୋକ ବେହେରା, କାଜଲ ସାହୁ, ବିଜୟାନନ୍ଦ ଚାଉଳିଆ, ନିପନ ଦାସ, ନିହାର ମହାନନ୍ଦ, ଲଲାଟେନ୍ଦୁ ଦାସ, ବିଦ୍ୟାଧର ମହାନ୍ତି, ରତିକାନ୍ତ ବରାଳ, ସଂଗ୍ରାମ ଦାସ, ସୁବ୍ରତ ଚକ୍ର, ସୁସ୍ମିତା ଘୋଷାଲ, ଅଜିତ୍ ଜେନା, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରୱାଲ, ଚନ୍ଦ୍ରକାନ୍ତ ଖଣ୍ଡାୟୀ, ରିତାଶ୍ରୀ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର, ରୀନାରାଣୀ ସ୍ୱାଇଁ, ରଂଜିତା ରାଉତ, ଆଶା ମିଂଜ୍‌, ମନଷା ତ୍ରିପାଠୀ, ହୁସେନ୍ ଖାନ୍‌, ରଜନୀ ମହାନ୍ତି, ଅନୁପ କୁମାର ନାୟକ, ନାସିର ଅହମ୍ମଦ ଖାନ୍‌, ଅମିତ୍ ମହାନ୍ତି, ସାଗର ପରିଡା, ସତ୍ୟବ୍ରତ ଗୁରୁ, ସୁବାଶିଷ ନାୟକ, ସୁବ୍ରତ ଦାସ, ନଳିନୀକାନ୍ତ ମହାନ୍ତି, ଅଶୋକ କୁମାର ଦାସ, ସୁରେନ୍ଦ୍ର ପରମାଣିକ, ନୌଷଦ ଅଲ୍ଲୀ, ଅଶୋକ ମହାନ୍ତି, ଭୁବନାନନ୍ଦ ସାମଲ, ସୀମନ୍ତ କୁମାର ପାତ୍ର, ସବିତା ଚାନ୍ଦ, ଅନିଲ୍ ଜେନା, ଗୟାଧର ମଲ୍ଲିକ, ସୁଦୀପ୍ କର, ମନୋରଞ୍ଜନ ତ୍ରିପାଠୀ ଓ ଅଜୟ ପାଇକରାୟ ପ୍ରମୁଖ ରହିଛନ୍ତି।

ସେହିପରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱରେ ବିଧାୟକ ରମେଶ ଚନ୍ଦ୍ର ଜେନା, ସି.ଏସ୍‌. ରାଜନ ଏକ୍କା ଓ ଦାଶରଥି ଗମାଙ୍ଗ, କଂଗ୍ରେସ ନେତୃବୃନ୍ଦ ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ଅଂଶୁମାନ ମହାନ୍ତି, ନବୀନ ନନ୍ଦ, ଉମାବଲ୍ଲଭ ରଥ, ଚିନ୍ମୟ ପ୍ରସାଦ ବେଉରା, ଉମେଶ ଜେନା, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ଅଜିତ୍ ମଙ୍ଗରାଜ, ସସ୍ମିତା ବେହେରା, ବିଷ୍ଣୁଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ଆକବର ଅଲ୍ଲୀ, ହଳଧର ସେଠୀ, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ଆକାଶ ଭୂୟାଁ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ଏମ୍‌. ମାଣିକ୍ୟପ୍ରଭା, ଶ୍ରୀୟାସ୍ମିତା ପଣ୍ଡା, ତରୁଣ ମିଶ୍ର, ରାଜକିଶୋର ବାରିକ, କନକଲତା ମଲ୍ଲିକ, ନିରଞ୍ଜନ ଲେଙ୍କା, ଜ୍ଞାନରଂଜନ ପଟ୍ଟନାୟକ, ଅନିଲ୍ ବେଉରା, ବିଭ୍ରାଂଶୁ ଲେଙ୍କା, ନରୋତ୍ତମ ନାୟକ, ବିରେନ୍ ସେନାପତି ଓ କୈଳାସ ସାହୁ ପ୍ରମୁଖ ରହିଛନ୍ତି।

ମତାମତ ଦିଅନ୍ତୁ ।