ବଲିଉଡ : ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ : ବଲିଉଡର ଜଣାଶୁଣା ସିନେ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କର ପରଲୋକ ହୋଇଛି। ଟୁଇଟରରେ ଏହି ସୂଚନା ଦେଇଛନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ। ରଜତଙ୍କ ମୃତ୍ୟୁ ଖବର ଶୁଣି ଅଭିନେତା ମନୋଜ ବାଜପେୟୀ ଗଭୀର ଶୋକ ପ୍ରକାଶ କରି ଟୁଇଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରଜତ ମୁଖାର୍ଜୀଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିବାରୁ ତାଙ୍କୁ ଗତ ଏପ୍ରିଲ ମାସରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଡନୀ ସହ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା। ରଜତ ମୁଖାର୍ଜୀ ମୁମ୍ବାଇରେ ରହୁଥିଲେ। କିନ୍ତୁ ଲକଡାଉନ ହେବାପରେ ସେ ନିଜ ସହର ଜୟପୁରକୁ ଚାଲି ଯାଇଥିଲେ। ଜୟପୁରରେ ସେ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମତାମତ ଦିଅନ୍ତୁ ।