ବଲିଉଡ ନିର୍ମାତା ଓ ଲେଖକଙ୍କୁ ମିଳିବ ମାଗଣାରେ ଟିକା

ମୁମ୍ବାଇ : ବଲିଉଡ ନିର୍ମାତାମାନଙ୍କ ସଂସ୍ଥା ଇଣ୍ଡିଆନ୍ ମୋଶନ୍ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍ ସଂସ୍ଥା ସହ ଜଡିତ ସମସ୍ତ ନିର୍ମାତା ଓ ସଦସ୍ୟଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ଘୋଷଣା କରିଛିି। ୨୦୦୫ ପରେ ଯେଉଁ ନିର୍ମାତାମାନେ ନିଜ ସଦସ୍ୟତାର ନବୀକରଣ କରିନଥିବେ ସେମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ। ସେମାନଙ୍କ ପରିବାର ଲୋକଙ୍କୁ ଯଦି କେହି ଟିକା ଦେବା ପାଇଁ ଚାହିଁବେ ତେବେ ସେଥିପାଇଁ ୫୦୦ ଟଙ୍କା ଦେଇ ଟିକା ନେଇ ପାରିବେ ବୋଲି କୁହାଯାଇଛି।

ସେହିପରି ସ୍କ୍ରିନ୍ ରାଇଟର୍ସ ଆସୋସିଏସନ୍ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ସହ ମିଶି ବଲିଉଡର ଲେଖକଙ୍କୁ ମାଗଣା ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛି। ଆସୋସିଏସନ କହିଛି ଏବେ ତା’ ପାଖରେ ୧ ହଜାର ଟିକାର ଡୋଜ୍ ଉପଲବ୍ଧ ଅଛି। ‘ପ୍ରଥମେ ଆସ, ପ୍ରଥମେ ନିଆ’ ଆଧାରରେ ଲେଖକମାନେ ଏହାର ଲାଭ ଉଠାଇପାରିବେ। ଆସୋସିଏସନ୍ ପକ୍ଷରୁ ମୁମ୍ବାଇର ବାନ୍ଦ୍ରା, କୁର୍ଲା କମ୍ଲେକ୍ସ ସେଣ୍ଟରରେ ଏହି ଟିକାକରଣ ବ୍ୟବସ୍ଥା କରାଯାଇଛି। ନିର୍ମାତାମାନଙ୍କ ପାଇଁ ଅନ୍ଧେରୀ ଅଫିସରେ ଟିକା ପାଇଁ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.