ବାଣ ଫୁଟାଇଲେ ଜେଲ୍

ନୂଆଦିଲ୍ଲୀ : ଚଳିତ ବର୍ଷ ବାଣ ଫୁଟା ଉପରେ କଟକଣା ଲଗାଯାଇଛି। କରୋନା ପାଇଁ ହୋଇଛି ଏପରି ନିଷ୍ପତ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଯଦି ନଭେମ୍ବର ୩୦ ତାରିଖ ସୁଦ୍ଧା କୌଣସି ବ୍ୟକ୍ତି ବାଣ ଫୁଟାନ୍ତି ତେବେ ତାଙ୍କୁ ଦେଢ଼ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ହେବ ଜେଲ୍।

ବାୟୁ ପ୍ରଦୁଷଣ ବଢ଼ୁଥିବାରୁ ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ ଆଜି ପୋଲିସ ଅଧିକାରୀ, ନଗର ନିଗମ, ପରିବହନ ବିଭାଗ ଓ ଜିଲ୍ଲା ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକ ପରେ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ବାଣ ଦ୍ୱାରା ପ୍ରଦୁଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏୟାର୍ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିରେ ଆର୍ଥିକ ଦଣ୍ଢ ସହିତ ଅତିକମରେ ଦେଢ଼ ବର୍ଷ ଓ ଅତିବେଶୀରେ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ରହିବ।

ସୂଚନାଯୋଗ୍ୟ ଦିଲ୍ଲୀ ଓ ଏନସିଆରରେ ବଢ଼ୁଥିବା ପ୍ରଦୁଷଣ ଯୋଗୁ ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଏନସିଆରରେ ନଭେମ୍ବର ୯ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଏବଂ ବିକ୍ରି ଉପରେ କଟକଣା ଲଗାଯାଇଛି।

ମତାମତ ଦିଅନ୍ତୁ ।