ବନ ସଂରକ୍ଷକ କାର୍ଯ୍ୟାଳୟ କିରାଣିଙ୍କ ଘରେ ଭିଜିଲାନ୍‌ସ୍‌ ରେଡ୍

ଭୁବନେଶ୍ୱର : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁପତ୍ର) କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ କୁମାର ଜେନାଙ୍କ ଘରେ ଭିଜିଲାନ୍‌ସ୍‌ ରେଡ୍ ହୋଇଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍‌ସ୍‌ର ସ୍ୱତନ୍ତ୍ର ଜଜ୍‌ଙ୍କଦ୍ୱାରା ଜାରି ଓ୍ଵାରେଣ୍ଟ୍‌ ବଳରେ ଦିଲୀପ କୁମାର ଜେନାଙ୍କ ଘାଟିକିଆ ଫରେଷ୍ଟ୍‍ ଟ୍ରେନିଙ୍ଗ୍‌ କଲେଜ ପରିସରସ୍ଥ ଆବାସିକ କ୍ୱାର୍ଟର୍ସରେ ଭିଜିଲାନ୍‌ସ୍‌ ରେଡ୍ ହୋଇଛି। ଏହାଛଡା ଜାଗମରାର ମଲ୍ଲିକ କମ୍ପ୍ଲେକ୍ସରେ ଥିବା ତିନି ମହଲା କୋଠା, ଢେଙ୍କାନାଳ ଜିଲ୍ଲା ଗଁଦିଆ ଗାଁରେ ପୈତୃକ ଗୃହ ଓ କଟକ ସହର ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ତାଙ୍କ ସେକ୍‌ସନ୍‌ ଅଫିସ୍‌ ପ୍ରକୋଷ୍ଠରେ ମଧ୍ୟ ଚଢଉ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button