ବାଣୀବିହାର : ହଷ୍ଟେଲ ବନ୍ଦକୁ ଛାତ୍ରଛାତ୍ରୀଙ୍କ ବିରୋଧ

0

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣାକୁ ବିରୋଧ। ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ବନ୍ଦକୁ ନେଇ ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟ ଫାଟକ ଆଗରେ ପ୍ରଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟର ଫାଟକରେ ତାଲା ପକାଇ ରାଜରାସ୍ତାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ହଷ୍ଟେଲରେ କୌଣସି ପିଲାଙ୍କ ଠାରେ କରୋନା ଦେଖାଯାଇନି। ନିର୍ବାଚନ ରାଲି ଓ ମଲ ଆଦିରେ ଲୋକଙ୍କ ଗହଳି ହେଇଥିଲେ ହେଁ କରୋନା ବ୍ୟାପୁନାହିଁ। କିନ୍ତୁ ଶିକ୍ଷାନୁ୍ଷ୍ଠାନରେ କରୋନା ବ୍ୟାପୁଛି କହି ସରକାର ହଷ୍ଟେଲ ଖାଲି କରିବା କହିବାକୁ ସେମାନେ ବିରୋଧ କରିଛନ୍ତି।

Leave A Reply

Your email address will not be published.