Breaking Newsମନୋରଞ୍ଜନ

ବାପା-ମା’ ହେଲେ ବିରାଟ ଓ ଅନୁଷ୍କା

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବାପା ହୋଇଛନ୍ତି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଜନ୍ମ ଦେଇଛନ୍ତି ଏକ କନ୍ୟା ସନ୍ତାନ। ବିରାଟ ଟ୍ୱିଟ କରି ସୂଚନା ଦେଇଛନ୍ତି।

୨୦୧୭ ଡିସେମ୍ବର ୧୧ରେ ବିରାଟ ଓ ଅନୁଷ୍କାଙ୍କର ବିବାହ ହୋଇଥିଲା। ୨୦୨୦ ଜାନୁଆରୀ ୧୧ରେ ତାଙ୍କ ଘରକୁ କନ୍ୟା ସନ୍ତାନ ଆସିଛି। ବିରାଟ କହିଛନ୍ତି ଆଜି ମଧ୍ୟାହ୍ନରେ ଆମ ଘରକୁ ନୂଆ ଅତିଥି ଆସିଛନ୍ତି। ସମସ୍ତଙ୍କ ଆର୍ଶୀବାଦରୁ ଆମର କନ୍ୟା ସନ୍ତାନ ହୋଇଛି। ଆପଣମାନଙ୍କ ଭଲ ପାଇବା, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଆମେ ଧନ୍ୟବାଦ ଜଣାଉଛୁ। ଅନୁଷ୍କା ଓ ବେବୀ ଦୁହେଁ ପୂରା ସୁସ୍ଥ ଅଛନ୍ତି। ଆମର ଆଶା ଏହି ସମୟରେ ସମସ୍ତେ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦେବେ।

ମତାମତ ଦିଅନ୍ତୁ ।

Back to top button