ବାପା ଓ ବଡ଼ ଭାଇର ବେକ କାଟିଦେଲା ସାନ ପୁଅ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଏନଏସିର ଗଣେଶ ବଜାରରେ ସମ୍ପତ୍ତି ପାଇଁ ସାନ ପୁଅ ସନ୍ତୋଷ ସାହୁ ବାପା ଓ ବଡ଼ ଭାଇର ଗଳା କାଟିଦେଇଛି। ଗୁରୁତର ହରିହର ସାହୁ ଓ ପୁଅ ଲକ୍ଷ୍ମୀଧରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଭୁବନେଶ୍ୱରରେ ରହିଥିବା ସନ୍ତୋଷ ଗତକାଲି ସମ୍ପତ୍ତି ଭାଗବାଣ୍ଟ ପାଇଁ ଗାଁରେ ପହଞ୍ଚିଥିଲେ। ଆଜି ସକାଳେ ସମ୍ପତ୍ତି ଭାଗ ବଣ୍ଟାବେଳେ ବଡ଼ ଭାଇ ସହ ତା’ର ବଚସା ହୋଇଥିଲା। ଏଥିରେ ରାଗିଯାଇ ସନ୍ତୋଷ ଏକ ବ୍ଲେଡ୍‌ରେ ବଡ଼ଭାଇ ଓ ବାପାଙ୍କ ଗଳାକୁ କଟିଦେଇ ଫେରାର ହୋଇଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।