ବାରିପଦା ଜଗନ୍ନାଥ ମନ୍ଦିର ଖୋଲିଲା

ବାରିପଦା : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ଆଜିଠାରୁ ଖୋଲିଲା। ସାଧାରଣ ଭକ୍ତଙ୍କୁ ମିଳିଲା ଦର୍ଶନ ପାଇଁ ଅନୁମତି। ଏଥିସହ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ ମନ୍ଦିର ମଧ୍ୟ ଖୋଲିଛି। ସେବାୟତମାନେ ସାନିଟାଇଜ ବ୍ୟବହାର କରିବା ସହିତ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ମଙ୍ଗଳବାର ଦୀର୍ଘ ନଅ ମାସ ପରେ ବାରିପଦା ଜଗନ୍ନାଥ ମନ୍ଦିର ଖୋଲିଛି। ଭକ୍ମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଭାବ ବିହ୍ୱଳ ହୋଇପଡ଼ିଛନ୍ତି। ଫୁଲରେ ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଥିବା ବେଳେ ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଉଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ବୈଠକ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।

ମତାମତ ଦିଅନ୍ତୁ ।