ବ‌ର୍ଷେହେଲା ଘରକୁ ନଯାଇ କରୋନା ରୋଗୀଙ୍କ ସେବା କରୁଥିବା ଡାକ୍ତର

ନୂଆଦିଲ୍ଲୀ : ଡାକ୍ତରଙ୍କୁ ଲୋକେ କୁହନ୍ତି ଭଗବାନ। ମୃତ୍ୟୁ ମୁଖରୁ ରୋଗୀଙ୍କୁ ଫେରାଇ ଆଣି ସେମାନେ ନୂଆ ଜୀବନ ଦିଅନ୍ତି। ସେଥିପାଇଁ ଡାକ୍ତରୀ ଚିକିତ୍ସା ଉପରେ ଲୋକମାନଙ୍କର ରହିଛି ଅଗାଧ ବିଶ୍ଵାସ। କିନ୍ତୁ ସମସ୍ତଙ୍କ ଠାରେ ଉତ୍ସର୍ଗୀକୃତ ସେବା ମନୋଭାବ ଦେଖିବାକୁ ମିଳେନି। ବହୁ କମ ସଂଖ୍ୟକ ଡାକ୍ତର ନିଜ ପରିବାରକୁ ପଛକରି ରୋଗୀସେବାକୁ ଗୁରୁତ୍ଵ ଦେଇଥାନ୍ତି। ସେହିଭଳି ଜଣେ ବ୍ୟକ୍ତିତ୍ଵ ହେଲେ ଡାକ୍ତର ଚଞ୍ଚଳ ସିଂ।

କରୋନା ବିରୋଧୀ ଲଢେଇରେ ଡାକ୍ତରମାନେ ସାଜିଛନ୍ତି ସମ୍ମୁଖ ଯୋଦ୍ଧା। ରୋଗୀସେବାରେ ଅନେକ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ରହିଛନ୍ତି ବ୍ୟସ୍ତ। ସେମାନେ ପରିବାରକୁ ପଛ କରି ଦେଇଛନ୍ତି। ଏହି କ୍ରମରେ ପିଥୌରାଗଡ ଧାରଚୁଲାରେ ରହୁଥିବା ଚଞ୍ଚଳ ସିଂ ଆସିଛନ୍ତି ଚର୍ଚ୍ଚାକୁ। ସେ ବର୍ଷେ ହେଲାଣି ନିଜ ଗାଁ’କୁ ଯିବାକୁ ସମୟ ପାଇନାହାନ୍ତି। ସର୍ବଦା ରୋଗୀ ସେବାରେ ନିଜକୁ ନିଯୋଜିତ କରି ରଖିଛନ୍ତି।

ଉତ୍ତରାଖଣ୍ଡ ଅଲମୋରା ନିର୍ମାଣାଧୀନ ମେଡିକାଲ କଲେଜକୁ କୋଭିଡ ହସ୍ପିଟାଲ କରାଯାଇଛି। କରୋନା ଯାଞ୍ଚରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ଓ ସୁସ୍ଥ ହେବାପରେ ଘରକୁ ପଠାଇବା ଦାୟିତ୍ଵ ବୁଝୁଛନ୍ତି ଡାକ୍ତର ଚଞ୍ଚଳ ସିଂହ। ସେ ହସ୍ପିଟାଲରେ ସଚେତକ ପଦବୀ ଥିଲେ ମଧ୍ୟ କରୋନା କାଳରେ କୋଭିଡ ହସ୍ପିଟାଲରେ ରୋଗୀଙ୍କ ସେବା କରୁଛନ୍ତି। କେବଳ ଡାକ୍ତର ଚଞ୍ଚଳ ନୁହନ୍ତି ଏମିତି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ବର୍ଷେ ହେଲା ନିଜ ଘରକୁ ଯାଇନାହାନ୍ତି। ଡାକ୍ତର ଚଞ୍ଚଳ କହିଛନ୍ତି ଜିଲ୍ଲାରେ ଏବେ ସୁଦ୍ଧା ୪୬୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦ରୁ ଅଧିକ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button