ବସ୍‌ ଭଡ଼ା ପୁଣି ବଢ଼ିଲା

0

ଭୁବନେଶ୍ୱର : ବର୍ଦ୍ଧିତ ତୈଳଦରକୁ ଆଜି ବସ୍‌ ଭଡ଼ା ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି ହୋଇଛି।

ପୂର୍ବରୁ ସାଧାରଣ ବସ୍‌ ଭଡ଼ା ଥିଲା ୮୦ ପଇସା ଥିଲା। ଏବେ ହୋଇଛି ୮୫ ପଇସା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ୮୪ ପଇସା ପରିବର୍ତ୍ତେ ୮୯ ପଇସା ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ ଭଡ଼ା ୧. ୧୧ ପଇସା ଥିଲା। ଏବେ ଏହା ୧.୨୧ ପଇସା ହୋଇଥିବା ବେଳେ ଏସି ବସ୍‌ ଭଡ଼ା ୧. ୩୯ ପଇସାରୁ ୧. ୪୯ ପଇସାକୁ ବଢିଛି। ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ହୋଇଛି ୨. ୩୨ ପଇସା। ଫେବ୍ରୁଆରୀ ୮ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା। ଆଜି ପୁଣି ବଢିଥିବାରୁ ଯାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି।

Leave A Reply

Your email address will not be published.