ବସ୍‌ ଦୁର୍ଘଟଣାରେ ୫ ମୃତ, ୩୦ ଆହତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ପରିବହନ ବିଭାଗର ଯାତ୍ରୀବାହୀ ବସ୍‌ ସୁନକାରୀ ପେଟା ନିକଟରେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି।

କହବର ଅନୁଯାୟୀ ଆନ୍ଧ୍ରପ୍ରଦେଶ ପରିବହନ ବିଭାଗର ଏହି ବସ୍‌ଟି ଯାଉଥିବା ସମୟରେ ନିକଟସ୍ଥ ଡମ୍ପିଂ ୟାର୍ଡରୁ ଧୂଆଁ ନିର୍ଗତ ହୋଇଥିଲା। ଯାହା ଫଳରେ ରାସ୍ତା ଠିକ୍‌ ଭାବେ ଦେଖଣାଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଗୋଟିଏ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ବସ୍‌ର ୫ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button