ବସ ଓଲଟି ୭ ଶ୍ରମିକ ଗୁରୁତର

ମାଲକାନଗିରି : ସୋନପୁରରୁ ଶ୍ରମିକଙ୍କୁ ନେଇ ତାମିଲନାଡୁ ତ୍ରିଚୁର ଜିଲ୍ଲାକୁ ଯାଉଥିବା ଏକ ବସ୍‌ ଜାତୀୟ ରାଜପଥ -୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଓଲଟି ପଡ଼ିବାରୁ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଆଜି ସକାଳେ ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।