ବାତ୍ୟା ‘ୟସ୍’ ମୁକାବିଲା ପାଇଁ ଭଦ୍ରକରେ ଏସଆରସିଙ୍କ ସମୀକ୍ଷା

ଭଦ୍ରକ : ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ୨୬ ତାରିଖରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନ ଜାରି କରିଛି। ସେଥିପାଇଁ ଉପକୂଳିଆ ଅଞ୍ଚଳରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ନେଇ ଭଦ୍ରକରେ ଏସଆରସି ପ୍ରଦୀପ କୁମାର ଜେନା ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ କେମେତି ବାତ୍ୟାର ମୁକାବିଲା କରାଯିବ ସେନେଇ ହୋଇଛି ବିସ୍ତୃତ ଆଲୋଚନା। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button