ବେକ କାଟି ଯୁବକଙ୍କୁ ହତ୍ୟା

ଅନୁଗୁଳ : ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ଖବର ପାଇ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ ଧୋକୁଟା ଗ୍ରାମର ବନଦୁର୍ଗା ମନ୍ଦିର ଠାରୁ ପାଖାପାଖି ୨ଶହ ମିଟର ଦୂରରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଏ ସମ୍ପର୍କରେ ବନ୍ତଳା ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।