ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ଏମ୍‌ଓୟୁ ବାତିଲ

0

ଭୁବନେଶ୍ଵର : ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନେଇ ବେଦାନ୍ତ ସହ ହୋଇଥିବା ଏମ୍‌ଓୟୁକୁ ରାଜ୍ୟ ସରକାର ବାତିଲ କରିଥିବା ଜଣାପଡିଛି। ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୧୮ ମାର୍ଚ୍ଚ ୨୭ରେ ଏମ୍‌ଓୟୁ (ବୁଝାମଣାପତ୍ର ସ୍ବାକ୍ଷରିତ) ହୋଇଥିଲା। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ଥିଲା। କଳାହାଣ୍ଡି ଓ ଆଖାପାଖ ଅଞ୍ଚଳରେ ହଜାର ହଜାର ଆଶାୟୀ ଶିକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହେବା ସହିତ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ଵିତ ହୋଇପାରିବ ବୋଲି କୁହାଯାଉଥିଲା। ଏବେ ରାଜ୍ୟ ସରକାର ଏମ୍‌ଓୟୁକୁ ବାତିଲ କରି‌ ଦେଇଥିବାରୁ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.