ଭଦ୍ରକ : ଅନେକ ଅଞ୍ଚଳ ଜଳମଗ୍ନ

ଭଦ୍ରକ : ଲଘୁଚାପ ଜନିତ ବର୍ଷା ଭଦ୍ରକ ଜିଲ୍ଲାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳର ଜନବସତିରେ ପାଣି ଜମି ରହିଛି। ବିଭିନ୍ନ ସ୍ଥାନରେ ଲୋକ ପାଣିଘରରେ ରହିଛନ୍ତି। ଚାଷଜମି ପାଣିରେ ବୁଡି ରହିଛି।

ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ଥର। ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ରେବ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ତ ବ୍ଲକରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବ୍ଲକ ସଦର ମହକୁମା ଓ ଜିଲ୍ଲା ମୁଖ୍ୟାଳୟକୁ ଯିବା ସମ୍ଭବ ହେଉନି। ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଡିଆ ଗାଁକୁ ରାସ୍ତା ସଂଯୋଗ କରୁଥିବା ଗୋଟିଏ ରାସ୍ତାରେ ଆଣ୍ଠୁଏ ପାଣିର ସୁଅ ଚାଲିଛି। ଅନ୍ୟ ରାସ୍ତାରେ ଘାଇ ହୋଇଛି। ଫଳରେ ଗ୍ରାମଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍ ଉଚ୍ଚତାର ପାଣି ପ୍ରବାହିତ ହେଉଛି।

ମତାମତ ଦିଅନ୍ତୁ ।